ପିଆଜ ଦରରେ ଲାଗିଥିବା ନିଆଁ କେବେ ଲିଭିବ? ଦିନକରେ ଦର ବଢ଼ିଲା ୨୫ ଟଙ୍କା, କଟକରେ ୧୫୦ ଟଙ୍କା
ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ୍ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍ ବେପାରୀ ରଖିପାରିବେନି ୨୫ ଟନ୍ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ ।
ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ୍ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍ ବେପାରୀ ରଖିପାରିବେନି ୨୫ ଟନ୍ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ ।
- News18 Odia
- Last Updated: December 5, 2019, 12:04 PM IST

ଭୁବନେଶ୍ୱରର ଏକ ମାର୍କେଟରେ ପିଆଜ କିଣୁଛନ୍ତି ଜଣେ ମହିଳା
କଟକ, ଭୁବନେଶ୍ବର, ବାଲେଶ୍ବର, ପୁରୀ ସବୁଠି ପିଆଜ ଦର ନିୟନ୍ତ୍ରଣ ବାହାରେ । ଦିନକ ଭିତରେ ଦର ଡେଉଁଛି ୨୦ରୁ ୨୫ ଟଙ୍କା । ଏଇ ହାରରେ ବଢ଼ିଲେ ଖୁବ୍ ଶୀଘ୍ର ପିଆଜ କିଲୋ ଛୁଇଁବ ଦୁଇ ଶହ ଟଙ୍କା । ଖାଉଟିଙ୍କ ପ୍ରଶ୍ନ, ଆଉ କେତେ ଦିନ କନ୍ଦାଇବ ପିଆଜ? କେବେ ନିୟନ୍ତ୍ରଣକୁ ଆସିବ ପିଆଜ ଦର? ଲଗାମ ଲଗାଇ ପାରୁନାହାନ୍ତି ସରକାର । ଭୁବନେଶ୍ବର ହେଉ କି କଟକ, ବ୍ରହ୍ମପୁର ଅବା ବାଲେଶ୍ବର- ସବୁଠି ପିଆଜ ଯନ୍ତ୍ରଣା । ସୁନା ଭଳି ଦିନକୁ ଦିନ ମହଙ୍ଗା ହେଉଛି ପିଆଜ । କାଟିବା ତ ଦୂରର କଥା ଦେଖିଲେ ବି ବାହାରୁଛି ଲୁହ ।

ପିଆଜ ଦରବୃଦ୍ଧିକୁ ନେଇ ସଂସଦ ବାହାରେ ବିପକ୍ଷ ସାଂସଦମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି
ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍ ବେପାରୀ ରଖିପାରିବେନି ୨୫ ଟନ୍ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ । କେବଳ ଓଡ଼ିଶା ନୁହେଁ, ଅଧିକାଂଶ ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ବାହାରେ । ଯାହାକୁ ନେଇ ରାଜନୀତି ବି ସରଗରମ । ସଂସଦ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଭିନ୍ନ ସ୍ଥାନରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରାଜନୈତିକ ଦଳ ।
ବିଦେଶରୁ ପିଆଜ ଆସିବା କଥା ସତ ନା ମିଛ?

ପ୍ରଶ୍ନ ଉଠୁଛି ଖାଉଟିଙ୍କୁ ଆଉ କେତେ କନ୍ଦାଇବ ପିଆଜ? ବିଦେଶରୁ ପିଆଜ ଆସିବା କଥା ସତ ନା ମିଛ? ଯଦି ଆସୁଛି, ବଜାରରେ କେବେ ପହଞ୍ଚିବ ଇଜିପ୍ଟ ଓ ଆଫଗାନ ପିଆଜ? ପରସ୍ପରକୁ ଦୋଷ ଦେଇ ଖସି ଯାଉଛନ୍ତି କି କେନ୍ଦ୍ର ଓ ରାଜ୍ୟ? କାହିଁକି କେନ୍ଦ୍ର-ରାଜ୍ୟ ଭିତରେ ବସୁନି ସମନ୍ବୟ ବୈଠକ? କେବେ ଏକାଠି ହେବେ ବ୍ୟବସାୟୀ ମହାସଙ୍ଘ, ଖାଉଟି ଫୋରମ୍ ଓ ସରକାର? ପ୍ରତି ବର୍ଷ କଣ ଏମିତି ପିଆଜ ଯନ୍ତ୍ରଣା ଭୋଗୁଥିବେ ରାଜ୍ୟବାସୀ?






