‘ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…’: ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଗାଇଲେ ଓଡ଼ିଆ ଗୀତ
ଏହି ଗୀତରେ ଗାଈ ଗୋଠ, ଅକ୍ଷିମୁଠି, ଝୋଟି ଚିତା, ଗୋଧୁଳି ବେଳା, ସଞ୍ଜ ସଳିତା, ଚାଳ ଛପର, ଆକାଶ ଦୀପ ଓ ଚାନ୍ଦିନୀ ଚଉରା ଆଦି ଓଡ଼ିଆ ପ୍ରସଙ୍ଗ ସ୍ଥାନ ପାଇଛି । ଗୀତଟିର ଭିଡିଓ ସୁଟିଂ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି ।
ପ୍ରେମ୍ ଆନନ୍ଦଙ୍କ ସହ ଗୀତ ରେକର୍ଡ଼ି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ
- News18 Odia
- Last Updated: February 28, 2021, 10:00 PM IST
କଟକ: ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଗୋଟିଏ ଗୀତ ଗାଇଛନ୍ତି । ତାହା ପୁଣି ଓଡ଼ିଆରେ । ଏହି ଗୀତଟି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି । ‘‘ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଶା…’’ ଶୀର୍ଷକର ଏହି ଗୀତଟି ଅତି ମଧୁର ହୋଇଛି ଓ ଏଥିରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ସଙ୍ଗୀତ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।
ରବିବାର ଦିନ ଭୁବନେଶ୍ବରରେ ଥିବା ଏକ ଷ୍ଟୁଡିଓରେ ଏହି ଗୀତଟିକୁ ରାଜ୍ୟପାଳଙ୍କ କଣ୍ଠରେ ରେକର୍ଡ କରାଯାଇଛି । ରାଜ୍ୟପାଳଙ୍କ ପ୍ରଫେସର ଗଣେଷୀ ଲାଲଙ୍କ ସମେତ ଓଡ଼ିଶାର ଆଗ ଧାଡ଼ିର ୧୫ ଜଣ କଣ୍ଠଶିଳ୍ପୀ ବି ଏହି ଗୀତରେ କଣ୍ଠଦାନ କରିଛନ୍ତି । ଗୀତଟି ଅତି ଚମତ୍କାର ହେବା ସହ ଶୃତି ମଧୁର ହୋଇଛି ।
ଏହା ବି ପଢ଼ନ୍ତୁ | ୫୦ ଲକ୍ଷ ଟଙ୍କାର ବୀମା ପାଇଁ ଶିକ୍ଷୟତ୍ରୀଙ୍କ ପ୍ରାଣ ନେଲା ପତି; ମୁହଁରେ ତକିଆ ମାଡ଼ି ମାରିଲା ପଡ଼ୋଶୀ

ପ୍ରେମ୍ ଆନନ୍ଦଙ୍କ ସହ ଗୀତ ରେକର୍ଡ଼ି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ
ସାଢ଼େ ପାଞ୍ଚ ମିନିଟର ଅବଧି ବିଶିଷ୍ଟ ଏହି ଗୀତଟିକୁ ଗୀତକର ବସନ୍ତ ରାଜ୍ ସାମଲ ଲେଖିଛନ୍ତି । ଏହି ଗୀତ ଜରିଆରେ ପ୍ରଥମ ଥର ଲାଗି ଓଡ଼ିଶାର କୌଣସି ଗୀତରେ ୧୪ ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ଏହି ଗୀତରେ ଗାଈ ଗୋଠ, ଅକ୍ଷିମୁଠି, ଝୋଟି, ଚିତା, ଗୋଧୁଳି ବେଳା, ସଞ୍ଜ ସଳିତା, ଚାଳ ଛପର, ଆକାଶ ଦୀପ ଓ ଚାନ୍ଦିନୀ ଚଉରା ଇତ୍ୟାଦି ଓଡ଼ିଆ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କୁ ମନେ ପକାଇ ତାଙ୍କ ଝିଅ ଜାହ୍ନବୀ କପୁର ଶେୟାର୍ କଲେ କେତେକ ଅଦେଖା ଫଟୋ
ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହିଛନ୍ତି, ‘‘୨୮ ବର୍ଷ ଧରି ମୋ’ ରାଜ୍ୟ ଓଡ଼ିଶା ମୋତେ ବହୁତ କିଛି ଦେଇଛି । ଜଣେ ଓଡ଼ିଆ ଭାବରେ ମୋ’ର ମଧ୍ୟ ମୋ’ ରାଜ୍ୟ ପାଇଁ କିଛି କରିବାର ଅଛି । ଏହି ଲକ୍ଷ୍ୟ ନେଇ ମୁଁ ଆମର ୧୪ ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଏହି ଗୀତ ପ୍ରସ୍ତୁତିର ପରିକଳ୍ପନା କରିଥିଲି । ଏହି ଗୀତ ମାଧ୍ୟମରେ ଆମେ ହଜି ଯାଇଥିବା ବା ଲୋକେ ଭୁଲି ଯାଇଥିବା ଓଡ଼ିଆ ସଂସ୍କୃତି ସମ୍ପର୍କିତ ବିଭିନ୍ନ କଥାକୁ ପୁଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଠା କରିଛୁ ।’’
ଏହା ବି ପଢ଼ନ୍ତୁ | ଆସୁଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର୍; ଅସୀମିତ କଲ୍ ଓ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ
ଯେତେବେଳେ ପ୍ରେମ୍ ଆନନ୍ଦ୍ ମହାମହିମ ରାଜ୍ୟପାଳଙ୍କୁ ଭେଟ ଏହି ଗୀତଟି ଶୁଣାଇଥିଲେ, ସେ ଏହାକୁ ଶୁଣି ଅତି ଖୁସି ହୋଇଯାଇଥିଲେ ବୋଲି ସେ କହିଛନ୍ତି । ତାଙ୍କ ଅନୁରୋଧ ରକ୍ଷା କରି ସେ ଏଥିରେ କଣ୍ଠଦାନ କରିଥିବା ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ
ଏହି ଗୀତର ରେକର୍ଡିଂ ଶେଷ ହୋଇଯାଇଥିବା ବେଳେ ଖୁବ ଶୀଘ୍ର ଏହାର ଭିଡିଓ ସୁଟିଂ ଆରମ୍ଭ ହେବ । ଏହି ଗୀତକୁ ଚମତ୍କାର ଭାବେ ପ୍ରଦର୍ଶିତ କରିବା ପାଇଁ ସବୁ ପ୍ରଚେଷ୍ଠା କରାଯାଉଛି । ଏଥି ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି । କୌଣସି ଅଣ-ବ୍ୟାବସାୟିକ ତଥା ଅଣ-ସିନେମା ଓଡ଼ିଆ ଗୀତର ସୁଟିଂରେ ହେଉଥିବା ଏହା ହେଉଛି ସର୍ବାଧିକ ଅର୍ଥ ।
‘‘ଗୀତଟିକୁ ଆସନ୍ତା ଉତ୍କଳ ଦିବସ ଦିନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ଏହା ଦ୍ୱାରା ସ୍କୁଲ ଓ କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମାନେ ଭୁଲି ଯାଇଥିବା ଓଡ଼ିଆ ସଂସ୍କୃତିକୁ ମନେପକାଇଦେବା ପାଇଁ ପ୍ରୟାସ କରାଯିବ,’’ କହିଛନ୍ତି ପ୍ରେମ୍ ଆନନ୍ଦ ।






