ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବଡ଼ ଝଟକା; ପୁଣି ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ ନୂଆ ଦାମ୍
LPG Gas Cylinder Price: ଏଲପିଜି ଗ୍ୟାସ ସିଲିଣ୍ଡର (LPG cylinder Price Hike) ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ଏଲପିଜି ସିଲିଣ୍ଡରର ଦରରେ ସୋମବାର ଦିନ ପୁଣି ଥରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ତିନି ଦିନ ପୂର୍ବେ ମଧ୍ୟ ଏହାର ଦର ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।
ପୁଣି ମହଙ୍ଗା ହେଲା ଆପଣଙ୍କ ରୋଷେଇ ଗ୍ୟାସ ସିଲିଣ୍ଡର
- News18 Odia
- Last Updated: March 1, 2021, 11:20 AM IST
ନୂଆ ଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ଏଲପିଜି ଗ୍ୟାସ ସିଲିଣ୍ଡର (LPG cylinder Price Hike) ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ଏଲପିଜି ସିଲିଣ୍ଡରର ଦରରେ ସୋମବାର ଦିନ ପୁଣି ଥରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ତିନି ଦିନ ପୂର୍ବେ ଏହାର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ LPG ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ପାଇଛି । ଏହାପୂର୍ବରୁ ଫେବୃଆରୀରେ ୪ ରେ ୨୫ ଟଙ୍କା, ୧୪ ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏଥି ସହିତ ୨୫ ଫେବୃଆରୀରେ ଏହା ୨୫ ଟଙ୍କା ବୃଦ୍ଧି ପାଇଥିଲା । ଫେବୃଆରୀରେ ଏଲପିଜି ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ଏକ ମାସରେ ଚତୁର୍ଥ ଥର ପାଇଁ ଦର ବୃଦ୍ଧି ପାଇଛି ଓ ଏପର୍ଯ୍ୟନ୍ତ ୧୨୫ ଟଙ୍କା ବୃଦ୍ଧି ପାଇଛି । ତିନି ଦିନ ପୂର୍ବେ ଏହାର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଡିସେମ୍ବର ମାସରେ ଏହାକୁ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ୨୦୦ ଟଙ୍କା ବୃଦ୍ଧି ପାଇଛି ।
ବାଣିଜ୍ୟିକ ଗ୍ୟାସର ଦାମ୍?
ପ୍ରତ୍ୟେକ ମାସର ପ୍ରଥମ ଦିନରେ LPG ଦରରେ ପରିବର୍ତ୍ତନ ହୋଇଥାଏ । ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୯୦.୫୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୬୨୪ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇର ଦର ବର୍ତ୍ତମାନ ସିଲିଣ୍ଡର ପିଛା ୧୫୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ଦାମ୍ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ଏହି ଦାମ୍ ୧୭୩୦.୫ ଟଙ୍କା ରହିଛି । ଏହାପୂର୍ବରୁ ରାଜଧାନୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୫୩୩.୦୦ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯.୦୦ ଟଙ୍କା ରହିଛି ।
ଗତ ଦୁଇମାସ ଧରି ଏଲପିଜି ଗ୍ୟାସର ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାନୁଆରୀରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରିନଥିଲେ । ତେବେ ଡିସେମ୍ବର ମାସରେ ଦୁଇଥର ୫୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା । ଏଥି ସହିତ ଫେବୃଆରୀରେ ତିନୋଟି ଭିନ୍ନ ସମୟରେ ଦର ବୃଦ୍ଧି ପାଇଥିଲା । ଫେବୃଆରୀରେ ମୋଟ ବୃଦ୍ଧି ୧୦୦ ଟଙ୍କା ହୋଇଥିଲା । ଯଦି ଡିସେମ୍ବରରୁ ଏଲପିଜି ସିଲିଣ୍ଡରର ଦରକୁ ଦେଖାଯାଏ ତେବେ ଏହା ପ୍ରାୟ ୨୦୦ଟଙ୍କା ବୃଦ୍ଧି ପାଇସାରିଛି ।






