Gold Price Today: ଖୁସି ଖବର! ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୦୦ ଟଙ୍କା ଶସ୍ତା ହୋଇ ସାରିଛି ସୁନା; ଜାଣନ୍ତୁ ଆଜିର ଦାମ୍
Gold Price Today: ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi commodity exchange) ଏପ୍ରିଲ୍ ଫ୍ୟୁଚର ଟ୍ରେଡ଼ ୩୮୨.୦୦ ଟଙ୍କା ବୃଦ୍ଧି ସହିତ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୬,୧୧୮.୦୦ ଟଙ୍କା ସ୍ତରରେ ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୦୦ ଟଙ୍କା ଶସ୍ତା ହୋଇ ସାରିଛି ସୁନା
- News18 Odia
- Last Updated: March 1, 2021, 3:00 PM IST
ନୂଆ ଦିଲ୍ଲୀ: ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (Multi commodity exchange) ଏପ୍ରିଲ୍ ଫ୍ୟୁଚର ଟ୍ରେଡ଼ ୩୮୨.୦୦ ଟଙ୍କା ବୃଦ୍ଧି ସହିତ ସୁନା ପ୍ରତି ୧୦ ଗ୍ରାମ ୪୬,୧୧୮.୦୦ ଟଙ୍କା ସ୍ତରରେ ରହିଛି । ଏହା ବ୍ୟତୀତ ରୂପା ମାର୍ଚ୍ଚ ଫ୍ୟୁଚର ଟ୍ରେଡ଼ରେ ୮୮୯.୦୦ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୬୮,୧୫୦.୦୦ ସ୍ତରକୁ ବୃଦ୍ଧି ପାଇଛି । ୮ ମାସର ନିମ୍ନ ସ୍ତରରେ ଋକଭରୀ ଦେଖିବାକୁ ମିଳିଛି ।
ଦିଲ୍ଲୀରେ ୧ ମାର୍ଚ୍ଚ ୨୦୨୧ ରେ ସୁନା ଓ ରୂପା ଦାମ୍
>> ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) - ୪୪୮୧୦ ଟଙ୍କା
>> ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ)- ୪୮୯୧୦ ଟଙ୍କା
ଏପର୍ଯ୍ୟନ୍ତ ୧୧୦୦୦ ଟଙ୍କା ଶସ୍ତା ହୋଇସାରିଛି ସୁନା
ଦିଲ୍ଲୀ ସରଫା ବଜାରରେ ୭ ଅଗଷ୍ଟ ୨୦୨୦ ରେ ସୁନା ଦାମ୍ ୧୦ ଗ୍ରାମ ପିଛା ୫୭,୦୦୮ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା । ସେବେଠାରୁ ଏହି ମୂଲ୍ୟବାନ ହଳଦିଆ ଧାତୁର ଦର ୨୬ ଫେବୃଆରୀ ୨୦୨୧ ଶୁକ୍ରବାର ପର୍ଯ୍ୟନ୍ତ ୧୧,୪୦୯ ଟଙ୍କା ହ୍ରାସ ପାଇ ସାରିଛି । ଏଥି ସହିତ ୭ ଅଗଷ୍ଟ ୨୦୨୦ ରେ ରୂପା ଏକ କିଲୋଗ୍ରାମ ଦାମ୍ ୭୭,୮୪୦ ଟଙ୍କା ଥିଲା । ଯାହା ଶେଷ ଶୁକ୍ରବାର ଦିନ ସୁଦ୍ଧା ୧୦,୪୨୧ ହ୍ରାସ ପାଇ ୬୭,୪୧୯ ଟଙ୍କାରେ ପହଞ୍ଚିଛି ।
୨୦୨୧ ରେ ଦର ବୃଦ୍ଧି ହେବ
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ରେ ସୁନା ଦର ବୃଦ୍ଧି ହେବାକୁ ଯାଉଛି । ଆହୁରି ମଧ୍ୟ ସୁନା ୭ ରୁ୧୦ ପ୍ରତିଶତ ନିବେଶ ପୋର୍ଟଫୋଲିଓରେ ବିବିଧତା ଆଣିଥାଏ । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଥରେ ସୁନା ମୂଲ୍ୟ ବଢ଼ିବା ଆରମ୍ଭ କଲେ ଏହା ୧୦ ଗ୍ରାମ ପିଛା ୬୨,୦୦୦ ଟଙ୍କା ଅତିକ୍ରମ କରିବ ।






