ପ୍ରେମରେ ବାଧା ମିଳିବାରୁ ହାତ କାଟିଲେ BJB କଲେଜ୍ ଛାତ୍ର; ରକ୍ତରେ ଲେଖିଲେ ପ୍ରେମିକାର ନାଁ
ଏକ ରେଜର୍ ବ୍ଲେଡ୍ ଆଣି ଶୁଭେନ୍ଦୁ ନିଜ ହାତ କାଟିବାକୁ ଉଦ୍ୟମ କରିଥିଲା । ସେ ପୋଲିସକୁ ଫୋନ କରିବା ସହ ଡାକ୍ତରଙ୍କୁ ବି ନାଲି ଆଖି ଦେଖାଇଥିଲା । ସେହି ରକ୍ତରେ ନିଜ ପ୍ରେମିକାର ନାଁ ଲେଖିଥିଲା । କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସକୁ ବି ଦାୟୀ କରିଥିଲା ।
ଶୁଭେନ୍ଦୁର ହ୍ୱାଟ୍ସ ଆପ୍ ମେସେଜରୁ ଏକ ସ୍କ୍ରିନ୍-ଶଟ୍
- News18 Odia
- Last Updated: March 1, 2021, 5:44 PM IST
ଭୁବନେଶ୍ୱର: ପ୍ରେମକୁ ଭଲ କରି ବୁଝିବା ପୂର୍ବରୁ ପ୍ରେମ ପାଇଁ ନିଜ ଜୀବନ ଦେବାକୁ ଆଗେଇ ଆସିଥିବା ଅଳ୍ପବୟସ୍କ ଛାତ୍ରଛାତ୍ରୀଙ୍କ ତାଲିକାରେ ଆଉ ଏକ ନାଁ ଯୋଡ଼ିହୋଇଯାଇଛି । ଏମିତି ଏକ ଘଟଣା ଘଟିଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ଅଭାବନୀୟ କାଣ୍ଡ ଘଟାଇ ଚର୍ଚ୍ଚାକୁ ଆସିଥିବା ଯୁକ୍ତ ୨ର ଛାତ୍ରଙ୍କ ଜୀବନ ରକ୍ଷା ହୋଇଯାଇଥିବାରୁ ତାଙ୍କ ପରିବାର ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବିଜେବି ସ୍ୱୟଂଶାସିତ ମହିବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଶୁଭେନ୍ଦୁ ସାହୁ ନିଜର ଜଣେ ସହପାଠୀଙ୍କ ପ୍ରତି ଏତେ ମାତ୍ରାରେ ଆକର୍ଷିତ ହୋଇପଡ଼ିଥିଲେ ଯେ ତାଙ୍କ ସହ କଥାବାର୍ତ୍ତା ହୋଇ ନ ପାରିବାରୁ ସେ ନିଜ ଜୀବନ ହାରିବା ଉଦ୍ୟମ କରିଥିଲେ ।
ଏହା ବି ପଢ଼ନ୍ତୁ | ନିଜ ମାଲିକକୁ ହତ୍ୟା କରିଥିବା କୁକୁଡ଼ାକୁ ଥାନାକୁ ଆଣିଲା ପୋଲିସ; ତାକୁ କୋର୍ଟରେ ପେଶ୍ କରିବ

‘‘ମୁଁ ମରିଗଲେ ବି ତୁମ ଝିଅକୁ ଭୁଲି ପାରିବିନି,’’ ଲେଖିଥିଲା ଶୁଭେନ୍ଦୁ ।
ଏତେ ଜୋରରେ ଶୁଭେନ୍ଦୁ ନିଜ ହାତକୁ କାଟିଲା ଯେ ସେଥିରୁ ରକ୍ତ ବାହାରିବା ବନ୍ଦ ହେଲାନି । ତା’ପରେ ସେ ସେହି ରକ୍ତରେ ନିଜ ପ୍ରେମିକାର ନାଁ ଲେଖିଥିଲା । ସେହି ସମୟରେ ସେ କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସକୁ ଦାୟୀ ବି କରିଥିଲା । ଖବର ପାଇ କ୍ୟାପିଟାଲ ପୋଲିସ ସେଠାରେ ପହଞ୍ଚିଥିଲା ଓ ଶୁଭେନ୍ଦୁକୁ ବୁଝାଇଥିଲା ।
ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ
ପୋଲିସ ସୂତ୍ରରୁ ପ୍ରକାଶ ଯେ କ୍ୟାପିଟାଲ ହସ୍ପିଟାଲ ନିକଟ ୬ ନମ୍ବର ବସ୍ତିର ବାସିନ୍ଦା ଶୁଭେନ୍ଦୁ ସାହୁ ଜଣେ ସହପାଠିନୀଙ୍କୁ ପ୍ରେମ କରୁଥିଲେ । ବର୍ଷେ ଭିତରେ ସେମାନଙ୍କ ସମ୍ପର୍କ ବହୁତ ଆଗକୁ ବଢିଯାଇଥିଲା। କିନ୍ତୁ ଝିଅଟିର ଘର ଲୋକେ ଏ କଥା ଜାଣିବା ପରେ ପ୍ରବଳ ବିରୋଧ କରିଥିଲେ । ଶୁଭେନ୍ଦୁକୁ ସେମାନେ ବାରଣ କରିଥିଲେ ଝିଅଟି ସହ ସମ୍ପର୍କ ରଖିବାରୁ ।
ଏହା ବି ପଢ଼ନ୍ତୁ | ଆସୁଛି ‘ନୂଆ ଜିଓଫୋନ୍ ୨୦୨୧’ ଅଫର୍; ଅସୀମିତ କଲ୍ ଓ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ
ଝିଅଟି ଘର ଲୋକଙ୍କ କଥା ମାନି ରହି ଯାଇଥିଲା । ତା’ ଟିଉସନ୍ ଆସିବା ବି ବନ୍ଦ କରିଦିଆଯାଇଥିଲା । ସେ ବ୍ୟବହାର କରୁଥିବା ଫୋନ୍ ବି ତା’ ହାତରୁ ନେଇଯାଇଥିଲେ ପରିବାର ଲୋକେ । ସବୁ ସୋସିଆଲ ମିଡି଼ଆ ଠାରୁ ଝିଅଟିକୁ ଦୁରେଇ ନିଆଯାଇଥିଲା । ଏ ସବୁ ଶୁଭେନ୍ଦୁକୁ ଭୀଷଣ କଷ୍ଟ ଦେଇଥିଲା ।
ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ଏ ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ
ଠିଅଟି ସହ ଦେଖା କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥଲା ଶୁଭେନ୍ଦୁ । ସବୁ ଆଡୁ ନିରାଶ ହେବା ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।
‘‘ଏହି ଘଟଣାରେ ପୋଲିସ ପାଖରେ କିଛି ଅଭିଯୋଗ ହୋଇନି । ଗଣମାଧ୍ୟମରୁ ଖବର ପାଇ ହସପିଟାଲରେ ପହଁଚିଥିଲା ପୋଲିସ। ଯୁବକ ଅତ୍ୟଧିକ ଇମୋସନ ହୋଇଥିବାରୁ ମାନସିକ ଭାବରେ ଦୁର୍ବଳ ହୋଇ ଏପରି କାଟିଛି ।"






