ସୋନୁ ସୁଦ ବର୍ତ୍ତମାନ ବେକାରମାନଙ୍କୁ ଦେବେ ରୋଜଗାର; ଇ-ରିକ୍ସା ଦେଇ କରିବେ ଆତ୍ମନିର୍ଭର
କରୋନା ଯୁଗ ପୂର୍ବରୁ ସୋନୁ ସୁଦଙ୍କୁ ଜଣେ ବଲିଉଡ ଅଭିନେତା ଭାବରେ ପରିଚିତ ଥିଲେ । ଯିଏ ଅଧିକାଂଶ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ କରୋନା ଯୁଗରେ ସେ ଯେପରି ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇ ଥିଲେ । ତାଙ୍କର ଏହି ଉତ୍ତମ କାର୍ଯ୍ୟ ପାଇଁ ସେ ଲୋକଙ୍କ ହୃଦୟ ଜିତିଥିଲେ ।
ସୋନୁ ସୁଦ (Photo Credit- @sonu_sood/Instagram)
- News18 Odia
- Last Updated: December 14, 2020, 9:42 AM IST
ମୁମ୍ବାଇ: କରୋନା ସମୟରେ (Coronavirus) ଲାଗିଥିବା ଲକଡାଉନ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) ଦେଶର ଅଭାବୀ ଲୋକଙ୍କୁ ସାହାଯ୍ୟ କରି ସାଧାରଣ ଲୋକଙ୍କ ହୃଦୟ ଜିତିଛନ୍ତି । ବିଶେଷ କଥା ହେଉଛି ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବାର ପ୍ରକ୍ରିୟା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଲକଡାଉନରେ (Lockdown) ଯେଉଁଭଳି ଭାବରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇ ଥିଲେ ଓ ଗରୀବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ଦେଖି ଦେଶର ନଜରରେ ସୋନୁ ସୁଦଙ୍କ ସମ୍ମାନ ବହୁତ ବଢିଯାଇଛି । ସୋନୁ ସୁଦ ନିଜର ଏହି ଉତ୍ତମ କାର୍ଯ୍ୟ ଯୋଗୁଁ ଗରିବ ମାନଙ୍କ ମସିହା ପାଲଟି ଯାଇଛନ୍ତି ।
View this post on Instagram
ସୋନୁ ସୁଦ ମଧ୍ୟ ତାଙ୍କର ନୂତନ ଯୋଜନା ବିଷୟରେ ଟ୍ୱିଟ୍ କରିଛନ୍ତି । ଯାହା ମାଧ୍ୟମରେ ସେ ଏହି ଯୋଜନା ସହ ଜଡିତ ଲୋକଙ୍କୁ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି "ଆଜି, ଆସନ୍ତାକାଲିର ଭଲ ଭବିଷ୍ୟତ ପାଇଁ ଏକ ଛୋଟ ପଦକ୍ଷେପ । ଏହିପରି ଲୋକଙ୍କୁ ଇ-ରିକ୍ସା ଯୋଗାଇବା, ଯେଉଁମାନେ ଏହା ମାଧ୍ୟମରେ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ । ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ଛୋଟ ସହଯୋଗ ।" ଯଦିଓ ଏହା ପୂର୍ବରୁ ମଧ୍ୟ ସୋନୁ ସୁଦ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନୂଆ ନୂଆ ଯୋଜନା ଆଣି ସାରିଛନ୍ତି ।






