ଜିରୋ ନାଇଟ ସେଲିବ୍ରେସନକୁ ନେଇ ରାଜ୍ୟରେ କଟକଣା; ଟ୍ୱିନ୍ ସିଟିରେ ଜାରି ହେଲା ୧୪୪ ଧାରା
ରାଜ୍ୟରେ ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ଭୋର ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ । ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯାଇଛି ।
ଜିରୋ ନାଇଟ ସେଲିବ୍ରେସନକୁ ନେଇ ରାଜ୍ୟରେ କଟକଣା
- News18 Odia
- Last Updated: December 31, 2020, 3:44 PM IST
ଭୁବନେଶ୍ୱର: ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବ 2020 ବର୍ଷ । କିନ୍ତୁ ଫିକା ପଡ଼ିବାକୁ ଯାଉଛି ନୂଆ ବର୍ଷର ସ୍ୱାଗତ ସମାରୋହ । ପୂର୍ବରୁ କଟକଣା ଲଗାଯାଇଥିଲେ ମଧ୍ୟ ଆଜି ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୧୦ଟାରୁ କାଲି ସକାଳ ୫ଟାଯାଏ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ସହିତ ଟ୍ବିନ ସିଟିରେ ୧୪୪ଧାରା ଜାରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ।
ରାଜ୍ୟରେ ଆସନ୍ତାକାଲି ଭୋର ୫ଟା ଯାଏ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ । ଏହା ଟ୍ବିଟ୍ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯାଇଛି । । ଏହା ସହିତ ନାଇଟ୍ କର୍ଫ୍ୟୁକୁ ସମର୍ଥନ କରିବାକୁ ଲୋକଙ୍କୁ SRC ପ୍ରଦୀପ ଜେନା ଅନୁରୋଧ କରିଛନ୍ତି ।
Govt of Odisha imposing Night curfew from 10pm of tonight to 5AM tomorrow morning across the state. General public requested to cooperate. All essential services& movements are allowed to continue during curfew hours. @CMO_Odisha @IPR_Odisha @SecyChief @odisha_police @SRC_Odisha
— Pradeep Jena IAS (@PradeepJenaIAS) December 31, 2020
"ଚେଷ୍ଟା କରିବା ଯଦି କାହାକୁ ଶୁଭେଚ୍ଛା ଜଣାଇବା ତେବେ ଏହାକୁ ଭରଚୁଆଲ ଜଣାଇବା । ଟେଲିଫୋନ ଓ ଭିଡ଼ିଓ ବାର୍ତ୍ତାଳାପରେ ଆମେ ଜଣାଇ ନୂତନ ବର୍ଷର ଆଗମନକୁ ଆମ ସ୍ୱାଗତ କରିପାରିବା । ମୁଁ ଆପଣ ମାନଙ୍କୁ ଅନୁରୋଧ କରିବି ଯେ ପର୍ଯ୍ୟନ୍ତ ବିଶ୍ୱରୁ କୋଭିଡ ମହାମାରୀ ନଯାଇଛି ସେ ପର୍ଯ୍ୟନ୍ତ କୋଭିଡର ସମସ୍ତ ପ୍ରୋଟକଲ ପରି ପାଳନ କରିବା । ନିଜକୁ ବଞ୍ଚାଇବା ସହ ନିଜ ଗାଁ, ନିଜ ସହର ଓ ନିଜ ରାଜ୍ୟରେ କୋଭିଡ ସଂକ୍ରମଣ ପ୍ରତିହତ କରିବାରେ ସାହାଯ୍ୟ କରିବା" କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ।






