ବରିଷ୍ଠଙ୍କ ଟିକାକରଣ ଆରମ୍ଭ ହେଲା: CM ନବୀନ ବି ନେଲେ କରୋନା ଟିକା; ନର୍ସଙ୍କୁ କହିଲେ ‘ଥ୍ୟାଙ୍କ୍ ୟୁ’

କ୍ୟାପିଟାଲ୍ ହସ୍ପିଟାଲର ନର୍ସ ସ୍ମରଣିକା ରଣସିଂହ CMଙ୍କୁ କରୋନା ଟିକା ଦେଇଥିଲେ । ଦିନଟି ତାଙ୍କ ପାଇଁ ବହୁତ ଗର୍ବର ଦିନ ଥିଲା ବୋଲି ସେ କହିଥିଲେ । ବିଧାନ ସଭାର ଅନେକ ବୟସ୍କ ସଦସ୍ୟ ବି ଟିକା ନେଇଥିଲେ ।

ବରିଷ୍ଠଙ୍କ ଟିକାକରଣ ଆରମ୍ଭ ହେଲା: CM ନବୀନ ବି ନେଲେ କରୋନା ଟିକା; ନର୍ସଙ୍କୁ କହିଲେ ‘ଥ୍ୟାଙ୍କ୍ ୟୁ’
ନର୍ସ ସ୍ମରଣିକା ରଣସିଂହ ନବୀନ ପଟ୍ଟନାୟକଙ୍କୁ କରୋନା ଟିକା ଦେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାର ଦିନ ବ୍ୟାପକ ଭାବେ ଆରମ୍ଭ ହୋଇଛି ଓ ଏଥିରେ ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଟିକା ଦେବା ଆରମ୍ଭ ହୋଇଛି । ବିଧାନ ସଭା ପରିସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି କରୋନା ଟିକା ନେଇଛନ୍ତି ।

ବିଧାନ ସଭା ପରିସରରେ ଥିବା ଡିସ୍ପେନସାରୀରେ ବିଧାନ ସଭାର ବୟସ୍କ ସଦସ୍ୟମାନଙ୍କୁ ଟିକା ଦିଆଯାଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ କେତେକ କିଛି ବରିଷ୍ଠ ବିଧାୟକ ଟିକା ନେଇଥିଲେ । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭିଡ କୋଭାକ୍ସିନ ଟିକା ନେଇଥିବା କଥା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟ ମନ୍ତ୍ରୀ ପୋଷ୍ଟ  କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | ଆସୁଛିନୂଆ ଜିଓଫୋନ୍ ୨୦୨୧ଅଫର୍‌; ଅସୀମିତ କଲ୍ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ

କୋଭିଡ କୋଭାକ୍ସିନ ଟିକା ନେବା ପାଇଁ ସୋମବାର ପୂର୍ବାହ୍ନରେ  ନବୀନ ପଟ୍ଟନାୟକ  ବିଧାନ ସଭା  ପରିସରରେ ଥିବା ଡିସପେନସାରୀରେ ପହଞ୍ଚିଥିଲେ । କିଛି ସମୟ ପରେ ସେ କୋଭିଡ କୋଭାକ୍ସିନ ଟିକା ନେଇଥିଲେ । ଟିକା ନେବା ପରେ ନିଜ ଟୁଇଟର ହ୍ୟାଣ୍ଡଲରେ ଟିକା ନେଉଥିବା ବେଳର ଫଟୋକୁ ଶେୟାର୍‌ କରିବା ସହ ଖୁସି ବ୍ୟକ୍ତ କରି ଏକ ଟ୍ୱିଟ୍‌ କରିଥିଲେ ମୁଖ୍ୟ ମନ୍ତ୍ରୀ । ସମସ୍ତଙ୍କୁ କରୋନା ଟିକା ନେବାକୁ ନିବେଦନ କରି ସେ କହିଥିଲେ ଯେ ଏହି ଟିକା ନେବା ନିରାପଦ ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଟିକା ନେଉଛନ୍ତି ।


କ୍ୟାପିଟାଲ୍ ହସ୍ପିଟାଲର ନର୍ସ ସ୍ମରଣିକା ରଣସିଂହ ମୁଖ୍ୟ ମନ୍ତ୍ରୀଙ୍କୁ କରୋନା ଟିକା ଦେଇଥିଲେ। ଟିକା ଦେବା ପରେ ନିଜ ଅଭିଜ୍ଞତା ଶେୟାର୍‌ କରି ସ୍ମରଣିକା କହିଥିଲେ, ‘‘ଆଜି ମୋ’ ପାଇଁ ବହୁତ ଗର୍ବର ଦିନ ଥିଲା । ଟିକାକରଣ ପରେ ମୁଖ୍ୟ ମନ୍ତ୍ରୀ ମତେ ‘ଥ୍ଯାଙ୍କ ୟୁ’ କହିଥିଲେ । ପୂର୍ବରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦୂରରୁ ଦେଖୁଥିଲି । ଆଜି ପାଖରୁ ଦେଖିଲି ଓ ଟିକା ବି ଦେଲି । ମୁଁ ବହୁତ ଖୁସି ।’’

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହ  ଓ ଜିତୁ ମିତ୍ର ପ୍ରମୁଖଙ୍କୁ ମଧ୍ୟ ବିଧାନ ସଭା ପରିସରରେ ଥିବା ଚିକିତ୍ସାଳୟରେ ଟିକା ଦେଇଥିଲେ ସ୍ମରଣିକା । ପୀରା ଟିକାକରଣ ପ୍ରକ୍ରିୟା ବ୍ୟବସ୍ଥିତ ଥିଲା ବୋଲି ମତ ରଖିଥିଲେ ବାଚସ୍ପତିଙ୍କ ସମେତ ବହୁ ବରିଷ୍ଠ ବିଧାୟକ । ଟିକା ନେଇଥିବା ସମସ୍ତ ବିଧାୟକ ପୂରା ପ୍ରକ୍ରିୟାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

‘‘ଆଜି ରାଜ୍ୟର ୧୫୩ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା ତୃତୀୟ ପର୍ଯ୍ୟାୟ ଟିକାକରଣ । କୌଣସି ସ୍ଥାନରୁ ପାର୍ଶ୍ବ ପ୍ରତିକ୍ରିୟାର ଖବର ନ ଥିଲା । ଗାଁରୁ ରାଜଧାନୀ ଯାଏଁ ସବୁଠି ସୁରୁଖୁରୁରେ ହୋଇଥିଲା ଟିକାକରଣ,’’ କହିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବିଜୟ ପାଣିଗ୍ରାହୀ ।



ପ୍ରଥମ ଦିନର ପ୍ରଥମ ଘଣ୍ଟାରେ କିଛି ସର୍ଭର୍‌ ସ୍ଳୋ ଥିବାରୁ ସାମୟିକ ଭାବେ ସମସ୍ୟା ଦେଖା ଦେଇଥିଲା । ପ୍ରଥମ ଦିନ ପାଇଁ ଅନ୍ ସ୍ପଟ୍ ଗୋଟିଏ  କେନ୍ଦ୍ରରେ ୬୦ ଜଣଙ୍କର ରେଜିଷ୍ଟ୍ରେସନ୍ କରାଯାଇଥିଲା। ପରବର୍ତ୍ତୀ ସମୟରେ ଲୋକଙ୍କ ଆଗ୍ରହ ଦେଖି ଏହି ସଂଖ୍ୟା ବୃଦ୍ଧି କରାଯାଇଛି । ଗୋଟିଏ କେନ୍ଦ୍ରରେ ଦିନକୁ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବାର୍ ବ୍ୟବସ୍ଥା ହୋଇଛି । ଦରକାର ପଡିଲେ  ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ।
Published by: Anand Shankar Thankur Das
First published: March 1, 2021, 8:46 PM IST