ଦିଲ୍ଲୀରେ କରୋନା ବେଲଗାମ୍, ହେଲେ ଯଥେଷ୍ଟ ବେଡ୍ ନାହିଁ; କେନ୍ଦ୍ର ଦେବ ୫୦୦ ରେଳ କୋଚ୍
ଏହି ସବୁ ରେଳ କୋଚରେ କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ସବୁ ଡାକ୍ତରୀ ସୁବିଧା ରହିବ । ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବାକୁ ଆଗାମୀ ଦୁଇ ଦିନ ଭିତରେ କରୋନା ଟେଷ୍ଟିଂ ବଢ଼ାଇ ଦୁଇ ଗୁଣା କରାଯିବ ।
ଦିଲ୍ଲୀର ନିଗମ୍ବୋଧ ଘାଟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶବକୁ ଗାଡ଼ିରୁ ଓହ୍ଲାଉଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ।
- News18 Odia
- Last Updated: June 14, 2020, 9:50 PM IST
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାନକ ହେଉଛି କରୋନା ଭାଇରସ୍ ସଂକ୍ରମଣ ସ୍ଥିତି । ଏହାର ମୁକାବିଲା ପାଇଁ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଓ ଉପରାଜ୍ୟପାଳ ଅନିଲ ବାଇଜାଲଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ଦିଲ୍ଲୀରେ ବେଡର ଅଭାବ ପୂରଣ କରିବାକୁ ତୁରନ୍ତ ୫୦୦ ରେଲୱେ କୋଚ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଦିଲ୍ଲୀରେ ୧,୨୭୧ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି । ବେଲଗାମ୍ ହେଉଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଏକ ରୋଡ଼ମ୍ୟାପ୍ । ଅରବିନ୍ଦ କେଜରିୱାଲ୍ ଓ ଅନୀଲ ବାଇଜାଲଙ୍କ ସହ ବୈଠକ ସାରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏକାଧିକ ଟ୍ବିଟ୍ କରି ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ଅମିତ୍ ଶାହ ଟ୍ବିଟରରେ କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବାକୁ ଆଗାମୀ ଦୁଇ ଦିନ ଭିତରେ କରୋନା ଟେଷ୍ଟିଂ ବଢ଼ାଇ ଦୁଇ ଗୁଣା କରାଯିବ । ଆଉ ୬ ଦିନ ପରେ ଟେଷ୍ଟିଂ ବଢ଼ାଇ କରାଯିବ ୩ ଗୁଣ । ଏଥି ସହ କିଛି ଦିନ ପରେ କଣ୍ଟେନମେଣ୍ଟ ଜୋନରେ ସବୁ ପୋଲିଂ ଷ୍ଟେସନ୍ରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରାଯିବ ।

ଅମିତ ଶାହଙ୍କ ସହ କେଜରୀୱାଲଙ୍କ ବୈଠକରେ ମନୀଷ ସିସୋଡ଼ିଆ ଓ ଡଃ ହର୍ଷବର୍ଧନ ବି ଥିଲେ ।
ଅମିତ୍ ଶାହ ଆହୁରି କହିଲେ ଯେ କରୋନା ସଂକ୍ରମିତଙ୍କ ପାଇଁ ବେଡର ଅଭାବ ଦୂର କରିବାକୁ ମୋଦି ସରକାର ତୁରନ୍ତ ୫୦୦ ରେଲୱେ କୋଚ୍ ଦିଲ୍ଲୀକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରେଲୱେ କୋଚ୍ ମିଳିଯିବା ଫଳରେ ଦିଲ୍ଲୀରେ ବେଡ୍ ସଂଖ୍ୟା ୮ ହଜାର ବଢ଼ିବ । ଏହି ସବୁ କୋଚରେ କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ସବୁ ଡାକ୍ତରୀ ସୁବିଧା ରହିବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ।
କରୋନାକୁ ନେଇ ହୋଇଥିବା ଏହି ବୈଠକ ବାବଦରେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବି ଟ୍ବିଟ୍ କରି ସୂଚନା ଦେଇଛନ୍ତି । କେଜରିୱାଲ୍ କହିଛନ୍ତି ଯେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ଖୁବ୍ ସକାରାତ୍ମକ ବୈଠକ ହୋଇଛି । ‘‘ଏହି ମିଟିଂରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଆଉ ମିଳିତ ଭାବେ କରୋନା ବିରୋଧରେ କରାଯିବ ଲଢ଼େଇ,’’ କହିଛନ୍ତି କେଜରୀୱାଲ୍ ।
ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡ଼ିଆଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବି ଯୋଗ ଦେଇଥିଲେ । ପ୍ରାୟ ୧ ଘଣ୍ଟା ୨୦ ମିନିଟ୍ ଧରି ଚାଲିଥିବା ଏହି ବୈଠକରେ ମହାମାରୀ ମୁକାବିଲା ପାଇଁ ନିଆଯାଉଥିବା ସରକାରୀ ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା ।
ଏହା ବି ପଢ଼ନ୍ତୁ:
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା






