‘କରୋନା ଟିକା ବେଶ୍ ଫଳପ୍ରଦ ହେବ; ନୂଆ ଷ୍ଟ୍ରେନର ବି ସଫଳ ମୁକାବିଲା କରିବ’
ଭୁବନେଶ୍ୱରର ସମ୍ ହସପିଟାଲରେ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣରେ ୨,୦୦୦ରୁ ଅଧିକ ସ୍ବେଛାସେବୀଙ୍କୁ ସାମିଲ କରାଯାଇଥିଲା । ଟିକାକରଣ ପରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି ସୂଚନା ମିଳିଥିବା କହିଛନ୍ତି ଡଃ ରାଓ ।
ସମ୍ କୋଭିଡ ଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଡଃ ଇପାରୀ ଭେଙ୍କଟ ରାଓ
- News18 Odia
- Last Updated: January 11, 2021, 11:39 PM IST
ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଟିକାକରଣ କାର୍ଯ୍ୟକ୍ରମ ବେଶ୍ ଫଳପ୍ରଦ ହେବ ଓ ବିଶେଷ କରି ବ୍ରିଟେନରେ ଆସିଥିବା ନୂଆ ଷ୍ଟ୍ରେନକୁ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତା’ର ମୁକାବିଲା କରିବାରେ ଏହା ସଫଳ ହେବ ବୋଲି କହିଛନ୍ତି ଜଣେ ଟିକା ବିଶେଷଜ୍ଞ ।
‘‘କେନ୍ଦ୍ର ସରକାର ମାନ୍ୟତା ଦେଇଥିବା ଉଭୟ ଟିକାରେ ସବୁ ପ୍ରକାର କୋଭିଡ୍ ଷ୍ଟ୍ରେନର ମୁକାବିଲା ପାଇଁ କ୍ଷମତା ରହିଛି । ସେହି ଆଧାରରେ ଦିଆଯିବାକୁ ଥିବା ଏହି ଟିକାକୁ ବିକଶିତ ମଧ୍ୟ କରାଯାଇଛି । ଏହି ଦୁଇଟି ଟିକା କୋଭିଡ-୧୯ର ମୁକାବିଲା କରିବାରେ ବେଶ୍ ଫଳପ୍ରଦ ହେବ,’’ କହିଛନ୍ତି ସମ୍ କୋଭିଡ ଭାକ୍ସିନ କେନ୍ଦ୍ରର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଡଃ ଇପାରୀ ଭେଙ୍କଟ ରାଓ ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା
ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଗ୍ଲାମରସ୍ ଓ ଚୁଲ୍ବୁଲି ଷ୍ଟାଇଲ୍ ତାଙ୍କ ଫ୍ୟାନ୍ମାନଙ୍କ ମନ ମୋହିଲା – PHOTOS
ଭାରତ ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ଲ୍ୟାବରେ ବିକଶିତ ହେଉଥିବା କୋଭିଡ ଭ୍ୟାକ୍ସିନର ଟ୍ରାଏଲ ପ୍ରକ୍ରିୟା ତ୍ଵରାନିତ ହୋଇ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି । ସେହି କ୍ରମରେ ସମ୍ ଟ୍ରାଏଲ ସେଣ୍ଟରରେ ମଧ୍ୟ ଟ୍ରାଏଲ କାର୍ଯ୍ୟ ଆଗେଇ ଚାଲିଛି ଓ ଚୂଡ଼ାନ୍ତ ହେବାକୁ ବସିଛି । ‘‘ଏଥିରେ ୨,୦୦୦ରୁ ଅଧିକ ସ୍ବେଛାସେବୀଙ୍କୁ ସାମିଲ କରାଯାଇଥିଲା । ଟିକାକରଣ ପରେ ଏଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି,’’ କହିଛନ୍ତି ଡଃ ରାଓ ।
ଏହା ବି ପଢ଼ନ୍ତୁ | ଇଏ ତ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା
କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ଦୁଇ ମାସ ତଳେ ସାରା ଦେଶରେ ଆରମ୍ଭ ହୋଇଥିଲା କୋଭିଡ ଟିକାର ତୃତୀୟ ପର୍ଯ୍ୟୟ ହ୍ୟୁମାନ ଟ୍ରାଏଲ ବା ମାବବ ପରୀକ୍ଷଣ। ଏହି ଟ୍ରାଏଲରେ ସାରା ଦେଶରେ ଥିବା ମୋଟ ୨୧ଟି କେନ୍ଦ୍ରରେ ୨୫,୮୦୦ ଜଣ ଲୋକଙ୍କ ଦେହରେ ପର୍ଯ୍ୟାୟ କ୍ରମେ ହୋଇଥିଲା ଏହି ମାନବ ପରୀକ୍ଷଣ । ସେ ଭିତରୁ ଓଡ଼ିଶାର ଏକମାତ୍ର ଟ୍ରାଏଲ କେନ୍ଦ୍ର ସମ୍ ସପିଟାଲରେ ୨,୦୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ କରାଯାଇଥିଲା ଏହି ପରୀକ୍ଷଣ ।
ପ୍ରଥମ ଦୁଇଟି ଟ୍ରାଏଲ ସଫଳତାର ଶେଷ ହେବା ପରେ ତୃତୀୟ ପର୍ଯ୍ୟୟ ପରୀକ୍ଷଣକୁ ନେଇ ବଢ଼ିଥିଲା ଆଶା । ଏହି ପରୀକ୍ଷଣରେ ୧୮ ବର୍ଷ ବୟସ୍କ ଯୁବକଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷ ଓ ବିଭିନ୍ନ ରୋଗ ଭୋଗୁଥିବା ରୋଗୀ ମଧ୍ୟ ଭାଗ ନେଇଥିଲେ । ଏହି ଟିକାର ପରୀକ୍ଷଣ ସଫଳ ହୋଇଛି ବୋଲି କହିଛନ୍ତି ଡଃ ରାଓ । ରାଜ୍ୟରେ କୋଭିଡ ଟିକାକରଣ ପ୍ରକ୍ରିୟା ପାଇଁ ଆରମ୍ଭ ହୋଇଥିବା ପ୍ରସ୍ତୁତିକୁ ନେଇ ସେ ଖୁବ୍ ଆଶାବାଦୀ ଥିବା କହିଛନ୍ତି ।






