ସାବଧାନ! ଅଧ୍ୟୟନରେ ଖୋଲାସା ହେଲା; କେବଳ ମାସ୍କ ଆପଣଙ୍କୁ କରୋନାରୁ ରକ୍ଷା କରିପାରିବ ନାହିଁ, ପଢ଼ନ୍ତୁ ପୂରା ରିପୋର୍ଟ
New Study: ନ୍ୟୁ ମେକ୍ସିକୋ ଷ୍ଟେଟ ୟୁନିଭରସିଟିର ଆସୋସିଏଟ୍ ପ୍ରଫେସର କୃଷ୍ଣ କୋଟା କହିଛନ୍ତି ଯେ 'ମାସ୍କ ପ୍ରକୃତରେ ସାହାଯ୍ୟ କରିଥାଏ କିନ୍ତୁ ଯଦି ଲୋକମାନେ ପରସ୍ପରର ନିକଟତର ହୁଅନ୍ତି । ତେବେ ଭୂତାଣୁ ସଂସ୍ପର୍ଶରେ ଆସିବା କିମ୍ବା ବିସ୍ତାର ହେବାର ଆଶଙ୍କା ରହିଥାଏ ।'
ସାବଧାନ! ଅଧ୍ୟୟନରେ ଖୋଲାସା ହେଲା- କେବଳ ମାସ୍କ ଆପଣଙ୍କୁ କରୋନାରୁ ରକ୍ଷା କରିପାରିବ ନାହିଁ
- News18 Odia
- Last Updated: December 24, 2020, 12:49 PM IST
ନୂଆ ଦିଲ୍ଲୀ: କରୋନା ଭୂତାଣୁ ରୋକିବା ପାଇଁ ମାସ୍କ ଆବଶ୍ୟକ । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ଏକ ଅଧ୍ୟୟନ ମାଧ୍ୟମରେ ଏହି ଦାବି କରାଯାଇଛି । ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଆପଣ ମାସ୍କ ପିନ୍ଧିବା ପରେ ସାମାଜିକ ଦୂରତା ଅନୁସରଣ କରୁନାହାଁନ୍ତି । ତେବେ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ଉଲ୍ଲେଖନୀୟ କଥା ହେଉଛି ମହାମାରୀ ଆରମ୍ଭରୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଏଜେନ୍ସିମାନେ ମାସ୍କ ପିନ୍ଧିବା ବିଷୟରେ ନିରନ୍ତର ବାର୍ତ୍ତାଳାପ କରୁଛନ୍ତି ।
ନ୍ୟୁ ମେକ୍ସିକୋ ଷ୍ଟେଟ ୟୁନିଭରସିଟିର ଆସୋସିଏଟ୍ ପ୍ରଫେସର କୃଷ୍ଣ କୋଟା କହିଛନ୍ତି ଯେ 'ମାସ୍କ ପ୍ରକୃତରେ ସାହାଯ୍ୟ କରିଥାଏ କିନ୍ତୁ ଯଦି ଲୋକମାନେ ପରସ୍ପରର ନିକଟତର ହୁଅନ୍ତି । ତେବେ ଭୂତାଣୁ ସଂସ୍ପର୍ଶରେ ଆସିବା କିମ୍ବା ବିସ୍ତାର ହେବାର ଆଶଙ୍କା ରହିଥାଏ ।' ସେ କହିଛନ୍ତି ଯେ କେବଳ ମାସ୍କ ସାହାଯ୍ୟ କରିବ ନାହିଁ । ଉଭୟ ମାସ୍କ ଓ ସାମାଜିକ ଦୂରତା କରିବାକୁ ହେବ। ପ୍ରଫେସର କୋଟା ଏହି ଅଧ୍ୟୟନରେ ଜଡିତ ଅଛନ୍ତି ।
କିପରି ହୋଇଥିଲା ଅଧ୍ୟୟନ
ଗୋଟିଏ ଛିଙ୍କରେ ୨୦୦ ନିୟୁତ କ୍ଷୁଦ୍ର ଜୀବାଣୁ କଣିକା ବାହାରି ପାରେ । ଏହା ବ୍ୟକ୍ତିର ଅସୁସ୍ଥତା ଉପରେ ମଧ୍ୟ ନିର୍ଭର କରେ । ମାସ୍କର ବହୁ ସଂଖ୍ୟକ କଣିକାକୁ ଅଟକାଇବା ସତ୍ତ୍ୱେ ଯଥେଷ୍ଟ ପରିମାଣର କଣିକା ବାହାରକୁ ଆସି ନିକଟସ୍ଥ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଅସୁସ୍ଥ କରିପାରେ ।






