ରାଜ୍ୟରେ ସ୍କୁଲ୍ ଖୋଲିବାର ୩ ଦିନ ମଧ୍ୟରେ ୩୧ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହେଲେ
ଗଜପତି ଜିଲ୍ଲାର ବିଦ୍ୟାଳୟମାନଙ୍କରେ ୩୧ଟି ନୂଆ କରୋନା ପଜିଟିଭ୍ ମାମଲା ସାମନାକୁ ଆସିଛି । ସଂକ୍ରମିତଙ୍କ ମଧ୍ୟରେ ୯୦ ପ୍ରତିଶତ ଶିକ୍ଷକ ଅଛନ୍ତି । ସେମାନଙ୍କୁ ସ୍କୁଲକୁ ଆସିବାରୁ ବାରଣ କରାଯାଇଛି ଓ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଓଡ଼ିଶାରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଛି । (ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 12, 2021, 4:41 PM IST
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଓ ଲକଡାଉନ୍ ଯୋଗୁଁ ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ୮ ତାରିଖ ଠାରୁ ଖୋଲିଛି ସ୍କୁଲ୍, ହେଲେ ଗଜପତି ଜିଲ୍ଲାରେ ଏହାକୁ ନେଇ ଚିନ୍ତା ବ୍ୟାପିଛି । ସେଠାରେ ସ୍କୁଲ ଖୋଲିବାର ତିନି ଦିନ ମଧ୍ୟରେ ୩୧ ଜଣ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।
ଗଜପତି ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ୩୧ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ୩୧ଟି ନୂଆ କରୋନା ପଜିଟିଭ୍ ମାମଲା ସାମନାକୁ ଆସିଛି । ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶିକ୍ଷକ । ସେମାନଙ୍କୁ ସମସ୍ତଙ୍କୁ ସ୍କୁଲକୁ ଆସିବାରୁ ବାରଣ କରାଯାଇଛି।
ଏହା ବି ପଢ଼ନ୍ତୁ | ସମୁଦ୍ର କୂଳରେ ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ… VIDEO
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Virat welcomes Baby Girl: ବିରାଟ ଓ ଅନୁଷ୍କାଙ୍କ କୁନି ଝିଅର ପ୍ରଥମ ଫଟୋ ସାମନାକୁ ଆସିଲା
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମ୍ୟାଟ୍ରିକ୍ ଓ ପ୍ଲସ୍-ଟୁ ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି ପାଇଁ ଶନିବାର ଓ ରବିବାର ବ୍ୟତୀତ କ୍ରମାଗତ ୧୦୦ ଦିନ କ୍ଲାସରେ ଯୋଗଦେବାକୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ଛାତ୍ରଛାତ୍ରୀମାନଙ୍କୁ କେବଳ ସେମାନଙ୍କ ପିତାମାତାଙ୍କ ଅନୁମତି ସହିତ କ୍ଲାସରେ ଯୋଗଦେବାକୁ କୁହାଯାଇଛି ।
ଅଧିକାଂଶ ପରିବାର କରୋନା କାରଣରୁ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାରୁ ବାରଣ କରୁଛନ୍ତି । ସେଇଥି ପାଇଁ ରାଜ୍ୟ ସାରା ଅଧିକାଂଶ ସ୍କୁଲରେ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଉତ୍ସାହଜନକ ଦେଖାଯାଉ ନାହିଁ । ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ର ୫୦ ପ୍ରତିଶତ ପାଖାପାଖି ରହିଛି ।
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’
ମଙ୍ଗଳବାର ଦିନ ଭୁବନେଶ୍ବର ବିମାନ ବନ୍ଦରରେ କରୋନା ଭାଇରସ୍ ଟିକା ଆସି ପହଞ୍ଚିଛି । ମହାରାଷ୍ଟ୍ର ପୁଣେର ସେରମ୍ ଇନ୍ଷ୍ଟିଚ୍ୟୁଟରୁ ଆସିଥିବା ୪ ଲକ୍ଷ ୨୮ ହଜାର କୋଭିସିଲ୍ଡ ଟିକାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏୟାରପୋର୍ଟରୁ ରାଜ୍ୟ ଔଷଧ ନିଗମକୁ ନିଆଯାଉଛି । ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରୁ ସିଧାସଳଖ ଜିଲ୍ଲା ଷ୍ଟୋରକୁ ପଠାଯିବ ଏହି ଟିକା । ଟିକାକରଣରେ ବୟସ୍କ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ ।
କୋଭିସିଲ୍ଡ ଭ୍ୟାକସିନ ୪୦ ହଜାର ୮୦୦ ଭାଏଲସ ବା ଶିଶି ଆସିଛି । ପ୍ରତି ବୋତଲରେ ଥିବା ଟିକାରେ ୧୦ ଜଣଙ୍କ ଟିକାକରଣ କରିହେବ ବୋଲି ସୂଚନା ମିଳିଛି । ଟିକା ସଂରକ୍ଷଣ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ।
ଏହା ବି ପଢ଼ନ୍ତୁ | IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ‘ଏବେ ସିରିଜ୍ ଜିତ’
ପ୍ରଥମ ପର୍ଯାୟରେ ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟରୁ ୧ କୋଟି ୧୧ ଲକ୍ଷ ଡୋଜ ପାଇଁ ଅର୍ଡର ଦେଇଥିଲେ । ଏହାର ସପ୍ଲାଏ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ବିମାନ ସହ ଜିପିଏସ୍ ଲାଗିଥିବା ସ୍ବତନ୍ତ୍ର ଟ୍ରକ ଯୋଗେ ମଧ୍ୟ କେତେକ ସ୍ଥାନକୁ ଟିକା ପଠାଯାଉଛି ।
ଜାନୁଆରି ୧୬ରେ ରାଜ୍ୟର ୧୬୦ଟି ସ୍ଥାନରେ ଦିଆଯିବ କରୋନା ଟିକା । ପ୍ରତି କେନ୍ଦ୍ରରେ ଶହେ ଜଣ ଲେଖାଏଁ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ ।






